ଆମେରିକାରେ କରୋନା ସ୍ଥିତି ପୁଣି ସଙ୍ଗିନ୍, ସକ୍ରିୟ ମାମଲା ୪୦ ଲକ୍ଷ ଟପିଲା

ୱାଶିଂଟନ୍ – ଆମେରିକାରେ କରୋନା ଗ୍ରାଫ୍ ପୁଣି ଉପର ମୁହାଁ ହୋଇଛି । ବିଶ୍ବରେ ଏବେ ଅଧିକ ଦୈନିକ କରୋନା ମାମଲା ଆମେରିକାରୁ ଆସୁଛି ଏବଂ ଅଧିକାଂଶ ମୃତ୍ୟୁ ମଧ୍ୟ ଏହି ଦେଶରେ ଘଟୁଛି। ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ଏକ ଲକ୍ଷ ୫୭ ହଜାର କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୧୨୬୦ ରୋଗୀଙ୍କ ମୃତ୍ୟୁ ଘଟିଛି। ଆମେରିକା ପରେ ସର୍ବାଧିକ ସଂକ୍ରମିତ ଭାରତରେ ଅଛନ୍ତି ।ଅନ୍ୟପକ୍ଷରେ ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ବ୍ରାଜିଲରେ ଆଉ ୨୯,୪୬୩ ହଜାର ଲୋକ କରୋନା ସଂକ୍ରମିତ ହୋଇଛନ୍ତି ଓ ୭୨୭ ଜଣଙ୍କର ମୃତ୍ୟୁ ହୋଇଛି।

ନଭେମ୍ବର ୧୫ ସକାଳ ସୁଦ୍ଧା, ଆମେରିକାରେ କରୋନା ରୋଗୀଙ୍କ ସଂଖ୍ୟା ୧ କୋଟି ୧୨ ଲକ୍ଷ ୨୬ ହଜାରକୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୨ ଲକ୍ଷ ୫୧ ହଜାର ୨୫୬ ଜଣଙ୍କର ମୃତ୍ୟୁ ହୋଇଛି। ଆମେରିକାରେ ଏପର୍ଯ୍ୟନ୍ତ ୬୮.୯୧ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିଛନ୍ତି। କିନ୍ତୁ ବର୍ତ୍ତମାନ ସକ୍ରିୟ ମାମଲା ୪୦ ଲକ୍ଷ ଟପିଛି । ଭାରତରେ ୮୮ ଲକ୍ଷରୁ ଉର୍ଦ୍ଧ୍ଵ ଲୋକ ସଂକ୍ରମିତ ହୋଇଛନ୍ତି ଏବଂ ୧ ଲକ୍ଷ ଲକ୍ଷରୁ ୨୯ ହଜାର ଲୋକ ପ୍ରାଣ ହରାଇଛନ୍ତି। ବ୍ରାଜିଲରେ ମୋଟ ସଂକ୍ରମିତ ସଂଖ୍ୟା ୫୮ ଲକ୍ଷ ୪୮ ହଜାର ଏବଂ ୧ ଲକ୍ଷ ୬୫,୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

Comments are closed.