ନବୀନଙ୍କ ପଂଚମ ପାଳି ସରକାରକୁ ପୂରିଲା ଦୁଇ ବର୍ଷ, ଅପରାହ୍ନରେ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର- ଆଜି ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ପଂଚମ ପାଳି ସରକାରକୁ ଦୁଇ ବର୍ଷ ପୂରିଛି । ୨୦୧୯ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରି କ୍ଷମତା ବଜାୟ ରଖିଥିଲା ଦଳ । ବିଜେଡି ସୁପ୍ରିମୋ ନବୀନଙ୍କ ନିର୍ମଳ ଭାବମୂର୍ତ୍ତି ଓ ସ୍ୱଚ୍ଛ ପ୍ରଶାସନ ଉପରେ ପୁଣି ଆସ୍ଥା ପ୍ରକଟ କରିଥିଲେ ରାଜ୍ୟର ଭୋଟର୍ ।

ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ପଂଚମ ପାଳିର ଦୁଇ ବର୍ଷ ପୂରଣ କରି ତୃତୀୟ ବର୍ଷରେ ପାଦ ଦେଇଥିବା ଅବସରରେ ଆଜି ରାଜ୍ୟ ମନ୍ତ୍ରୀ ପରିଷଦର ବୈଠକ ବସିବ ।

ଅପରାହ୍ନ ସାଢେ ୫ଟାରେ ବସିବ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିବେ ।

Comments are closed.