ବିଜେଡି : ଲୋକଙ୍କ ଜୀବନକୁ ପ୍ରାଥମିକତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ, ଅର୍ଥନୀତି ସୁଧାରିବାକୁ ପ୍ରୟାସ ଜାରି

ଭୁବନେଶ୍ୱର- ଓଡିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ଏଥିରୁ ମୁକୁଳିବା ପାଇଁ ଦୀର୍ଘକାଳୀନ ଯୋଜନା ଜରୁରୀ । ସେଥିପାଇଁ ରାଜ୍ୟ ସରକାର ବାତ୍ୟା ୟାଶ ଜନିତ କ୍ଷୟକ୍ଷତି ସଂପର୍କିତ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାରେ ଦୀର୍ଘମିଆଦୀ ଯୋଜନା କଥା ଉଲ୍ଲେଖ କରିଥିଲେ ବୋଲି ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ।

ବିଜେଡି ସରକାରର ପଂଚମ ପାଳିର ଦୁଇବର୍ଷ ପୂରଣ ଅବସରରେ ସାମ୍ବାଦିକ ସମ୍ମିଳନୀରେ ଦେବୀ ମିଶ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବନକୁ ପ୍ରାଥମିକତା ଦେଇଛନ୍ତି । ଅର୍ଥନୀତିକୁ ସୁଧାରିବାକୁ ପ୍ରୟାସ ଜାରି ରହିଛି । ଅର୍ଥନୀତି କୋରୋନା ଦ୍ୱାରା ପ୍ରଭାବିତ ହୋଇଛି ବୋଲି ସେ କହିଛନ୍ତି । ଏମଏସଏମଇ, କୃଷି କ୍ଷେତ୍ରକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । କୋଭିଡ ଚିକିତ୍ସା ମାଗଣାରେ ଉପଲବ୍ଧ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ବୋଲି ବିଜେଡି ନେତା କହିଛନ୍ତି ।

Comments are closed.