କୋଭିଡ ଚିକିତ୍ସା ଔଷଧ ‘ଟୁ-ଡିଜି’ କିଣିବା ପାଇଁ ଅର୍ଡର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର- କୋଭିଡ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଔଷଧ ‘ଟୁ-ଡିଜି’କିଣିବା ପାଇଁ ଅର୍ଡର ଦେଇଛନ୍ତି ରାଜ୍ୟ ସରକାର । ୫ ହଜାର ସ୍ୟାଚେଟ୍ ଟୁ –ଡିଜି ମେଡିସିନ ପାଇଁ ଅର୍ଡର ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି ।

ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା-ଡିଆରଡିଓ ଓ ଫାର୍ମା କଂପାନି ଡକ୍ଟର ରେଡିସର ମିଳିତ ଉଦ୍ୟମରେ ପ୍ରସ୍ତୁତ କୋରୋନା ଔଷଧର ମୂଲ୍ୟ ବି ନିର୍ଦ୍ଧାରଣ ହୋଇଛି । ଗୋଟିଏ ସ୍ୟାଚେଟ୍ ଟୁ-ଡିଜି ଔଷଧର ମୂଲ୍ୟ ୯୯୦ ଟଙ୍କା ରଖାଯାଇଛି । ସରକାରୀ ହସପିଟାଲ୍ ଦ୍ୱାରା ଏହି ଔଷଧକୁ ରିହାତି ମୂଲ୍ୟରେ ଯୋଗାଇ ଦିଆଯିବ । ଡ୍ରଗ୍ସ କଂଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ-ଡିସିଜିଆଇ ଏହି ଔଷଧର ବ୍ୟବହାର ଲାଗି ଅନୁମତି ଦେଇଛନ୍ତି ।

Comments are closed.