ରାଜ୍ୟରେ ତଳମୁହାଁ କୋରୋନା ଗ୍ରାଫ, ୨୪ ଘଣ୍ଟାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୮ ଶହରୁ ତଳେ

ଭୁବନେଶ୍ୱର- ରାଜ୍ୟରେ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି ମାସରେ ଚତୁର୍ଥଥର ପାଇଁ ୧ ହଜାର ତଳେ ରହିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୫୩ ନୂଆ ଆକ୍ରାନ୍ତ ହିଁ ଚିହ୍ନଟ ହୋଇଛନ୍ତି । ଗତ କିଛି ମାସ ମଧ୍ୟରେ ଏହି ସଂଖ୍ୟା ସର୍ବନିମ୍ନ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ ନୂଆ କୋରୋନା ଆକ୍ରାନ୍ତ ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୭୫, ଖୋର୍ଦ୍ଧାରୁ ୭୪, ନୂଆପଡାରୁ ୬୫, ଅନୁଗୁଳରୁ ୪୭, କଳାହାଣ୍ଡିରୁ ୪୭, ବଲାଙ୍ଗିରରୁ ୪୧, କଟକରୁ ୪୧, ପୁରୀରୁ ୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୮ ହଜାର ୬୫୯କୁ ବୃଦ୍ଧି ପାଇଛି । ଏଥିରୁ ୨ ଲକ୍ଷ ୯୬ ହଜାର ୫୧୬ ସୁସ୍ଥ ହୋଇଛନ୍ତି । ୧୦ ହଜାର ୫୬୩ ଜଣ ଚିକିତ୍ସାଧୀନ ଅଛନ୍ତି ।

Comments are closed.