ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ ଆସନ୍ତା ୧୮ରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର- ଆସନ୍ତା ୨୦ ତାରିଖରୁ ବିଧାନସଭାର ଶୀତକାଳିନ ଅଧିବେଶନ ଆରମ୍ଭ ହେଉଛି । ବିଧାନସଭା ବସିବା ପୂର୍ବରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆସନ୍ତା ୧୮ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି । ବିଧାନସଭା ଅଧିବେଶନରେ ପ୍ରଶ୍ନକାଳ ରହିବ କି ନାହିଁ ଓ ଗୃହ କିଭଳି ସୁରୁଖୁରୁରେ ଚାଲିବ, ସେ ବାବଦରେ ବୈଠକରେ ଆଲୋଚନା ହେବ ।

ଗତ ଅଧିବେଶନ ପରି ଏଥର ମଧ୍ୟ ଗୃହ କାର୍ଯ୍ୟ ଦିନକୁ ୨ଟି ପର୍ଯ୍ୟାୟରେ ଚାଲିବ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ସେମାନଙ୍କ ପିଏସଓ ଓ ଅନ୍ୟ କର୍ମଚାରୀଙ୍କ କୋରୋନା ଟେଷ୍ଟ କରାଯିବ । ୧୭ରୁ ୧୯ ତାରିଖ ଯାଏଁ ନମୂନା ସଂଗ୍ରହ କରାଯିବ । ଏଥର ବିଧାନସଭା ଅଧିବେଶନରେ ୪୦ଟି କାର୍ଯ୍ୟଦିବସ ରହିଛି ।

Comments are closed.