ବାତ୍ୟାର ସଫଳ ମୁକାବିଲା ପାଇଁ ନବୀନ ସରକାରଙ୍କ ପ୍ରଶଂସାରେ ଶତମୁଖ ଜାତିସଂଘ ସଂସ୍ଥା

ନ୍ୟୁୟର୍କ- ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଓଡିଶା ମଡେଲ୍ ସାରା ବିଶ୍ୱରେ ପ୍ରଶଂସିତ ହୋଇଛି । ଭାରତର ଅନ୍ୟ ରାଜ୍ୟମାନଙ୍କ ପାଇଁ ଓଡିଶା ଏ ଦିଗରେ ଉଦାହରଣ ସାଜିଥିବା ବେଳେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥା ମଧ୍ୟ ରାଜ୍ୟ ସରକାରଙ୍କ ବାତ୍ୟା ମୁକାବିଲା ପଦକ୍ଷେପ ଓ ଶୂନ ମୃତାହତ ମିଶନକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଏବେ ଜାତିସଂଘର ଡିଜାଷ୍ଟର ରିସ୍କ ରିଡକସନ୍ –ୟୁଏନଡିଆରଆର୍ ମୁଖ୍ୟ ମାମି ମିଜୁଡୋରି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶିତାକୁ ଭୂୟସୀ ପ୍ରଶଂସା କରିଛନ୍ତି ।

 

ବିପର୍ଯ୍ୟୟକୁ ସାମ୍ନା କରି କିଭଳି କାର୍ଯ୍ୟାନୁଷ୍ଠାନ ଓ ପ୍ରାକ୍ ପ୍ରସ୍ତୁତି କ୍ଷେତ୍ରରେ ଓଡିଶା ଉଦାହରଣ ସୃଷ୍ଟି କରିିଛି ବୋଲି ୟୁଏନଡିଆରଆର୍ ମୁଖ୍ୟ ମାମି ମିଜୁତୋରି କହିଛନ୍ତି । ଭାରତର ଏକ ଅଗ୍ରଣୀ ଇଂରାଜୀ ଦୈନିକ ସହ ବିଶେଷ ସାକ୍ଷାତକାରରେ ମିଜୁତୋରି ଓଡିଶାର ବାତ୍ୟା ପରିଚାଳନାକୁ ପ୍ରଶଂସା କରିବା ସହ ଏଥିରୁ ଅନେକ କିଛି ଶିଖିବାର ଅଛି ବୋଲି କହିଛନ୍ତି ।

ବାତ୍ୟା ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଛି ଜାତିସଂଘ ସଂସ୍ଥା । ପୂର୍ବରୁ ୨୦୧୩ରେ ଫାଇଲିନ ବାତ୍ୟାର ସଫଳ ମୁକାବିଲା ପାଇଁ ମଧ୍ୟ ୟୁଏନଡିଆରଆର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲା ।

Comments are closed.