ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ ପ୍ରସଙ୍ଗ,ଗଠନ ହେଲା ଟାସ୍କଫୋର୍ସ | News Room Odisha

ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ ପ୍ରସଙ୍ଗ,ଗଠନ ହେଲା ଟାସ୍କଫୋର୍ସ

ଭୁବନେଶ୍ୱର- ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନାକୁ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏ ନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ସଂକଳ୍ପ ଗୃହୀତ ହୋଇଥିଲା । ଏ ପ୍ରସଙ୍ଗରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଦନ ଦାସ ସୂଚନା ଦେଇଛନ୍ତି ଯେ,ପାଠ୍ୟକ୍ରମ ସ୍ଥିର କରିବାକୁ ଟାସ୍କଫୋର୍ସ ଗଠନ ହୋଇଛି । ଟାସ୍କଫୋର୍ସ ବିପର୍ଯ୍ୟୟ ପରିଚାଳନା ସଂପର୍କିତ ବିଷୟବସ୍ତୁର ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରିବ ।