ବିହାର: ନୀତୀଶ ଏନଡିଏ ବିଧାୟକ ଦଳ ନେତା ନିର୍ବାଚିତ, କ୍ରମାଗତ ଚତୁର୍ଥ ଥର ହେବେ ମୁଖ୍ୟମନ୍ତ୍ରୀ

ପାଟନା: ଜେଡିୟୁ ସଭାପତି ନୀତୀଶ କୁମାର ଆନୁଷ୍ଠାନିକ ଭାବେ ଏନଡିଏ ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି। ରବିବାର ଏନଡିଏ ବୈଠକରେ ବିଧାୟକମାନେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉପସ୍ଥିତ ଥିଲେ। ଆଜି ସନ୍ଧ୍ୟାରେ ନୀତୀଶ କୁମାର ବିହାରରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିବେ। ଆସନ୍ତାକାଲି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବା ସମ୍ଭାବନା ରହିଛି ।

ନୀତୀଶ କୁମାର କ୍ରମାଗତ ଚତୁର୍ଥ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେବେ। କିନ୍ତୁ ଏଥର ତାଙ୍କ କ୍ୟାବିନେଟରେ ଅନେକ ନୂଆ ଚେହେରା ସାମିଲ ହେବା ସମ୍ଭାବନା ରହିଛି । ଗତଥର ଅପେକ୍ଷା ଏଥର ନିର୍ବାଚନରେ ବିଜେପି ଅଧିକ ଆସନ ଜିତିଥିଲା ବେଳେ ଜେଡିୟୁ ଆସନ ହ୍ରାସ ପାଇଛି। ଏହି କାରଣରୁ ଏଥର କ୍ୟାବିନେଟରେ ବିଜେପିର ପ୍ରାଧାନ୍ୟ ରହିବ ବୋଲି ବିଶ୍ୱାସ କରାଯାଉଛି।

ଏଥର ବିଜେପି ୭୪ ଟି ଆସନ ଜିତିଛି। ଜେଡିୟୁ ଆସନ ୭୧ ରୁ ୪୩ କୁ ହ୍ରାସ ପାଇଛି |

Comments are closed.