ନବରଙ୍ଗପୁର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ, କୋଭିଡ ସ୍ଥିତିର ସମୀକ୍ଷା

ନବରଙ୍ଗପୁର – ନବରଙ୍ଗପୁର ଜିଲ୍ଲାରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଛି । ସମୀକ୍ଷା କଲା ପରେ ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । କୋରୋନା ସଂକ୍ରମଣ ଏବେ ୨୦ ପ୍ରତିଶତରୁ ଖସି ୧୩ ପ୍ରତିଶତରେ ପହଂଚିଛି । ଜିଲ୍ଲାରେ ଦିନକୁ ୬ ଶହ ଲୋକଙ୍କ ଆରଟି-ପିସିଆର୍ ଟେଷ୍ଟ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସେ ସୂଚନା ଦେଇଛନ୍ତି ।

ଟିକାକରଣ ପାଇଁ କେବଳ ନବରଙ୍ଗପୁର ସହରକୁ ୨୦ ହଜାର ଟିକା ଦିଆଯାଇଥିଲା । ୧୮ ବର୍ଷରୁ ୪୪ ବର୍ଷର ଲୋକଙ୍କ ପାଇଁ ଏହି ଟିକା ଦିଆଯାଇଥିଲା । ଆଗକୁ ଆହୁରି ୧୦ ହଜାର ଟିକା ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Comments are closed.