ଶ୍ରୀକ୍ଷେତ୍ରରେ ଏଥର ବି ବିନାଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା | News Room Odisha

ଶ୍ରୀକ୍ଷେତ୍ରରେ ଏଥର ବି ବିନାଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା

ପୁରୀ- କୋରୋନାର ଦ୍ୱିତୀୟ ଲହରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ବିନା ଭକ୍ତରେ ପାଳନ ହେବ ଦେବସ୍ନାନ ପୂର୍ଣ୍ଣିମା । ଏ ବର୍ଷ ଜୁନ ୨୪ ତାରିଖରେ ପଡୁଛି ଦେବସ୍ନାନ ପୂର୍ଣ୍ଣିମା । ବିନା ଭକ୍ତରେ ଶ୍ରୀଜିଉଙ୍କ ସ୍ନାନ ଉତ୍ସବ ଆୟୋଜନ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିବା ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଗତବର୍ଷ ବି କୋଭିଡ ଦୃଷ୍ଟିରୁ ବିନାଭକ୍ତରେ ହୋଇଥିଲା ଦେବସ୍ନାନ ପୂର୍ଣ୍ଣିମା ।