ରାଜ୍ୟରେ ୮ ହଜାର ୭୩୫ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮ ହଜାର ୭୩୫ ନୂଆ କୋରୋନା ଆକ୍ରାନ୍ତ । ସଂଗରୋଧରୁ ୪ ହଜାର ୮୯୨ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୮୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧ ହଜାର ୨୨୨ ଆକ୍ରାନ୍ତ । କଟକ ଜିଲ୍ଲାରୁ ୬୭୩, ବାଲେଶ୍ୱରରି ୫୬୬, ଯାଜପୁରରୁ ୫୦୭, ଢେଙ୍କାନାଳରୁ ୫୦୩, ପୁରୀରୁ ୪୬୭, ଅନୁଗୁଳରୁ ୪୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କେନ୍ଦ୍ରାପଡାରୁ ୩୮୭, ଜଗତସିଂହପୁରରୁ ୩୮୨, ମୟୂରଭଞ୍ଜରୁ ୩୪୨, ନୟାଗଡରୁ ୨୮୫, ନବରଙ୍ଗପୁରରୁ ୨୬୪, କୋରାପୁଟରୁ ୨୫୫, ସୁନ୍ଦରଗଡରୁ ୨୪୪, ବରଗଡରୁ ୧୯୩, କେନ୍ଦୁଝରରୁ ୧୭୯, କଳାହାଣ୍ଡିରୁ ୧୭୭, ସମ୍ବଲପୁରରୁ ୧୭୭, ଝାରସୁଗୁଡାରୁ ୧୫୭, ଗଞ୍ଜାମରୁ ୧୫୬, ସୋନପୁରରୁ ୧୫୬, ଭଦ୍ରକରୁ ୧୪୭, ବୌଦ୍ଧରୁ ୧୩୭, ମାଲକାନଗିରିରୁ ୯୬, ରାୟଗଡାରୁ ୯୦, ଗଜପତିରୁ ୮୦, କନ୍ଧମାଳରୁ ୬୫, ଦେବଗଡରୁ ୬୩, ବଲାଙ୍ଗିରରୁ ୪୯ ଓ ନୂଆପଡାରୁ ୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୭ ଲକ୍ଷ ୭୩ ହଜାର ୭୩୨କୁ ବୃଦ୍ଧି ପାଇଛି । ୬ ଲକ୍ଷ ୮୦ ହଜାର ୯୩୨ ସୁସ୍ଥ ହୋଇଥିବା ବେଳେ ୮୯ ହଜାର ୯୫୬ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.