କୋରୋନାରେ ରାଜ୍ୟରେ ଆଉ ୩୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କୋରୋନାରେ ଆଉ ୩୭ ଜଣ ପ୍ରାଣ ହରାଇଛନ୍ତି । ଏଥିସହ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୭୯୧କୁ ବୃଦ୍ଧି ପାଇଛି । ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡି ଓ କଟକ ଜିଲ୍ଲାରୁ ୪ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଝାରସୁଗୁଡା, ଖୋର୍ଦ୍ଧା, ନବରଙ୍ଗପୁର ଓ ସୁନ୍ଦରଗଡରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ସମ୍ବଲପୁର, ରାୟଗଡା, ନୂଆପଡା ଓ କେନ୍ଦ୍ରାପଡାରୁ ୨ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗିର, ଗଜପତି, ଗଞ୍ଜାମ ଓ କୋରାପୁଟରୁ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି ।

Comments are closed.