ଏପ୍ରିଲ ୯ପରେ ଭାରତରେ ସବୁଠୁ କମ୍ ମାମଲା, ଆଉ ୧.୨୭ ଲକ୍ଷ ସଂକ୍ରମିତ ଚିହ୍ନଟ, ତିନି ହଜାର ତଳକୁ ଖସିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହର ଦୁର୍ବଳ ହେବାରେ ଲାଗିଛି । କ୍ରମାଗତ ଭାବେ ସଂକ୍ରମଣ ଖସୁଛି । ଗତ ୨୪ ଘଣ୍ଟାରେ ଆଉ ମାତ୍ର ୧ ଲକ୍ଷ ୨୭ ହଜାର ୫୧୦ ନୂଆ ମାମଲା ଚିହ୍ନଟ ହୋଇଛି । ଏପ୍ରିଲ ୯ ପରେ ଭାରତରେ ସବୁଠୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହି ଦିନ ଦେଶରେ ୧ ଲକ୍ଷ ୨୬ ହଜାର ମାମଲା ରେକର୍ଡ କରାଯାଇଥିଲା ।

ଦୀର୍ଘ ଦିନର ବ୍ୟବଧାନ ପରେ ଭାରତରେ ଦୈନିକ ମୃତ୍ୟୁ ସଂଖ୍ୟା ତିନି ହଜାର ତଳକୁ ଖସିଛି । ଦିନକରେ କରୋନାରେ ଆଉ ୨୭୯୫ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ୨ ଲକ୍ଷ ୫୫ ହଜାର ୨୮୭ ଲୋକ ସୁସ୍ଥ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଭାରତରେ ଦୈନିକ ମାମଲା ୨ କୋଟି ୮୧ ଲକ୍ଷ ୭୫ ହଜାର ୪୪କୁ ବୃଦ୍ଧି ପାଇଛି । ଏଯାବତ୍ ଏହି ମହାମାରୀରେ ୩ ଲକ୍ଷ ୩୧ ହଜାର ୮୯୫ ଜଣଙ୍କର ମୃତ୍ୟୁ ହୋଇଛି । କରୋନାରୁ ଦେଶରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ କୋଟି ୫୯ ଲକ୍ଷ ୪୭ ହଜାର ୬୨୯ରେ ପହଞ୍ଚିଛି । ଭାରତରେ ଏ ପର୍ଯ୍ୟନ୍ତ ୨୧ କୋଟି ୬୦ ଲକ୍ଷ ୪୬ ହଜାର ୬୩୮ ଟିକା ଡୋଜ୍ ଦିଆଯାଇଛି ।

Comments are closed.