ନୂଆପଡ଼ାରେ ନିୟନ୍ତ୍ରଣକୁ ଆସିଲା କରୋନା, ଲକଡାଉନରେ ସାମାନ୍ୟ କୋହଳ

ନୂଆପଡା : ଦ୍ବିତୀୟ ଲହରରେ ଛତିଶଗଡ ରାଜ୍ୟର ଅନ୍ୟତମ ହଟସ୍ପଟରେ ପରିଣତ ହୋଇଥିଲା । ଆଉ ଛତିଶଗଡ ପାଇଁ ହିଁ ସାରା ପଶ୍ଚିମ ଓଡିଶାରେ ସଂକ୍ରମଣ ବେକାବୁ ସ୍ଥିତିକୁ ଆସିଥିଲା । ବିଶେଷ କରି ଛତିଶଗଡ଼ ସୀମାନ୍ତରେ ଥିବା ଜିଲ୍ଲା ଗୁଡିକର ସ୍ଥିତି ଅଧିକ ବିପନ୍ନ ହୋଇଥିଲା । ତେବେ , ସଫଳ ରଣନୀତି ଏବଂ ଲକଡାଉନ୍‌ର କଡାକଡି ପାଳନ ଯୋଗୁଁ ଛତିଶଗଡ଼ ସୀମାନ୍ତରେ ଥିବା ସତ୍ତ୍ୱେ ନୂଆପଡା ପଶ୍ଚିମ ଓଡିଶାର ପ୍ରଥମ ଜିଲ୍ଲା ଭାବେ କରୋନାକୁ ସର୍ବନିମ୍ନ ସ୍ତରକୁ ଆଣିବାରେ ସଫଳ ହୋଇଛି । ଏକପ୍ରକାର ଏଠାରେ କରୋନା ନିୟନ୍ତ୍ରଣକୁ ଚାଲି ଆସିଥିବା ନେଇ ଗତ କିଛି ଦିନର ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି । ଆଉ ଏଥିପାଇଁ ଆଜି ଠାରୁ ଜିଲ୍ଲାରେ ଲକଡାଉକୁ ପ୍ରଶାସନ ସାମାନ୍ୟ କୋହଳ କରିଛନ୍ତି । ଆଜି ଠାରୁ ଜିଲ୍ଲାରେ ସକାଳ ୭ଟାରୁ ଗୋଟାଏ ଧରି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଛତିଶଗଡର ସଂକ୍ରମଣ ଯୋଗୁଁ ଏହାର ସୀମାନ୍ତରେ ଥିବା ପଶ୍ଚିମ ଓଡିଶାର ୪ ଜିଲ୍ଲାରେ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ , ଝାରସୁଗୁଡା , ବରଗଡ ଏବଂ ନୂଆପଡା । ଏହି ସମସ୍ତ ଜିଲ୍ଲାରେ ୨ ସପ୍ତାହ ତଳେ ଦୈନିକ ସଂକ୍ରମଣ ପ୍ରତିଦିନ ହୁ ହୁ ହୋଇ ବଢି ଚାଲିଥିଲା । ପ୍ରତିଦିନ ଶହ ଶହ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ହେଲେ ସେଥିରୁ ନୂଆପଡ଼ା ଜିଲ୍ଲାର ସ୍ଥିତି ବି ସଙ୍ଗୀନ ଥିଲା ।

ଗତ ସପ୍ତାହେ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳକୁ ଖସିଥିବା ବେଳେ କିଛି ଦିନ ହେଲା । କ୍ରମାଗତ ଭାବେ ଏଠାରେ ସଂକ୍ରମଣ ୬୦ ତଳକୁ ଖସି ଆସିଛି । ଗତ ୨୭ ତାରିଖରେ ଏଠାରେ ୬୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮ ତାରିଖରେ ୬୨ , ୨୯ ତାରିଖରେ ୫୦ , ୩୦ରେ ୫୩ ଏବଂ ଗତକାଲି ମାତ୍ର ୪୦ ଜଣ ଚିହ୍ନଟ ହୋଇଛନ୍ତି । ସେପଟେ , ଟେଷ୍ଟ ସଂଖ୍ୟା ବୃଦ୍ଧି ପରେ ବି ଆକ୍ରାନ୍ତଙ୍କ ସଂଖ୍ୟା । ହ୍ରାସ ପାଇବାରେ ଲାଗିଛି । । ଛତିଶଗଡ଼ ସୀମାନ୍ତରେ ଥିବା ଜିଲ୍ଲା ଗୁଡିକ ମଧ୍ୟରୁ ନୂଆପଡା ପ୍ରଥମ ଜିଲ୍ଲା ଭାବେ କରୋନାକୁ କାବୁ କରିବାରେ ସଫଳ ହୋଇଥିବା କୁହାଯାଉଛି ।

ତେବେ , ସୀମାନ୍ତରେ ଯାଞ୍ଚକୁ କଡାକଡି କରିବା ସହିତ ଡୋର୍ ଟୁ ଡୋର୍ ସର୍ଭେ, ଟେଷ୍ଟ ସଂଖ୍ୟାରେ ବୃଦ୍ଧି , ଲକଡାଉନ୍‌କୁ କଡାକଡି ପାଳନ ଏବଂ ବ୍ୟାପକ ସଚେତନତା ଦ୍ଵାରା ଏହି ସଫଳତା । ମିଳିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଆଉ କରୋନା ନିୟନ୍ତ୍ରଣକୁ ଆସିବା ପରେ ଆଜିଠାରୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ଲକଡାଉରେ ଜିଲ୍ଲା ପ୍ରଶାସନ କିଛିଟା କୋହଳ କରିଛନ୍ତି । ଏଥିରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନକୁ ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଫଳରେ ଆଜିଠାରୁ ଔଷଧ ଏବଂ ପାଥୋ ଲ୍ୟାବ୍ ଭଳି ମେଡିକାଲ ସେବା ସମ୍ବନ୍ଧୀୟ ବ୍ୟବସାୟ ସାଙ୍ଗକୁ ରାସନ୍ , ଡାଏରି , ମିଲ୍କ ବୁଥ , ଫଳ , ପନି ପରିବା , ମାଛ , ମାଂସ , ଅଣ୍ଡା ପରି ଆମିଷ ବଜାର , ଖାଦ୍ୟ ଦୋକାନ , ରାସାୟନିକ ସାର , କୀଟନାଶକ ସମେତ ପରିବହନକୁ ଅନୁମତି ଦିଆଯାଇଛି । ତେବେ , ଏହି ସବୁ ବ୍ୟବସାୟ ବେଳେ ସାମାଜିକ ଦୂରତ୍ବ ଏବଂ ମାକ୍ସ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ଆଜି ଠାରୁ ଲାଗୁ ହୋଇଥିବା ଲକଡାଉନ୍‌କୁ କଡାକଡି ପାଳନ କରିବା ଏବଂ ଏହାର ତଦାରଖ କରିବାକୁ ସମସ୍ତ ବିଡିଓ , ତହସିଲଦାର ଏବଂ ପୁଲିସ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆଉ ପୂର୍ବ ଭଳି କଟକଣାକୁ ପାଳନ କରିବାକୁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି ।

Comments are closed.