କୋଭିଡ କଟକଣା ପାଳନ କରାଯାଇ ସଫଳତାର ସହ ଆଗେଇ ଚାଲିଛିି ରଥନିର୍ମାଣ କାର୍ଯ୍ୟ

ପୁରୀ- ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସୁରୁଖୁରୁରେ ଆଗେଇ ଚାଲିଛି ରଥନିର୍ମାଣ କାର୍ଯ୍ୟ । ରଥଖଳାରେ ୧୮୦ରୁ ଅଧିକ ରଥନିର୍ମାଣ ସେବକ ଏଥିପାଇଁ ନିୟୋଜିତ ହୋଇଛନ୍ତି । ସମସ୍ତଙ୍କୁ ନିଳାଦ୍ରୀ ଭକ୍ତ ନିବାସରେ ରଖାଯାଇଛି । ସେମାନଙ୍କୁ ସବୁ ସୁବିଧାସୁଯୋଗ ଯୋଗାଇ ଦିଆଯାଉଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର କହିଛନ୍ତି । କାଲି ଭଉଁରୀ ଯାତ୍ରା ପାଇଁ ସବୁ ବ୍ୟବସ୍ଥା କରାଯାଇଛି ।

ଶୁକ୍ରବାର ଦିନ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା ଶେଷ ହେବ । କୋଭିଡ କଟକଣା ମାନି ଶ୍ରୀମନ୍ଦିରର ସବୁ ନୀତିନିୟମ ବ୍ୟବସ୍ଥିତ ଢଙ୍ଗରେ ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । କୋଭିଡ ସ୍ଥିତିକୁ ଦେଖି ସ୍ନାନ ଯାତ୍ରା ଓ ରଥ ଯାତ୍ରା କେମିିତି ହେବ, ସେ ବାବଦରେ ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

Comments are closed.