ରାଜ୍ୟରେ ୮ ହଜାର ୮୩୯ ନୂଆ କୋରୋନା ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୩୫ | News Room Odisha

ରାଜ୍ୟରେ ୮ ହଜାର ୮୩୯ ନୂଆ କୋରୋନା ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୩୫

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮ ହଜାର ୮୩୯ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୪ ହଜାର ୯୪୮ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୮୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୨୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୭୬୯, ମୟୂରଭଞ୍ଜରୁ ୫୮୩, ଢେଙ୍କାନାଳରୁ ୫୧୦, ଯାଦପୁରରୁ ୪୯୩, ପୁରୀରୁ ୪୩୮, ଭଦ୍ରକରୁ ୪୧୯, ଅନୁଗୁଳରୁ ୪୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବାଲେଶ୍ୱରରୁ ୩୯୫, ସୁନ୍ଦରଗଡରୁ ୩୩୮, ଜଗତସିଂହପୁରରୁ ୩୧୭, କେନ୍ଦ୍ରାପଡାରୁ ୩୦୨, ନୟାଗଡରୁ ୨୪୬, ରାୟଗଡାରୁ ୨୧୬, ଗଞ୍ଜାମରୁ ୧୯୬, ସମ୍ବଲପୁରରୁ ୧୯୪, ବରଗଡରୁ ୧୯୩, କେନ୍ଦୁଝରରୁ ୧୮୮, ବୌଦ୍ଧରୁ ୧୭୯, କଳାହାଣ୍ଡିରୁ ୧୪୫, ନବରଙ୍ଗପୁରରୁ ୧୨୯, ଝାରସୁଗୁଡାରୁ ୧୨୧, ସୁବର୍ଣ୍ଣପୁରରୁ ୧୧୮, କୋରାପୁଟରୁ ୯୯, ବଲାଙ୍ଗିରରୁ ୮୯, ମାଲକାନଗିରିରୁ ୮୫, ଦେବଗଡରୁ ୮୪ ଓ ନୂଆପଡାରୁ ୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୦ ହଜାର ୯୭୦କୁ ବୃଦ୍ଧି ପାଇଛି । ୭ ଲକ୍ଷ ୨ ହଜାର ୬୨୧ ସୁସ୍ଥ ହୋଇସାରିଲେଣି । ୮୫ ହଜାର ୪୨୩ ଚିକିତ୍ସାଧୀନ ଅଛନ୍ତି ।