ଦିବଂଗତ ବିଜୟଶ୍ରୀ ରାଉତରାୟଙ୍କୁ ବିଧାନସଭା ପରିସରରେ ଗାର୍ଡ ଅଫ୍ ଅନର୍‌ | News Room Odisha

ଦିବଂଗତ ବିଜୟଶ୍ରୀ ରାଉତରାୟଙ୍କୁ ବିଧାନସଭା ପରିସରରେ ଗାର୍ଡ ଅଫ୍ ଅନର୍‌

ଭୁବନେଶ୍ୱର-ଦିବଂଗତ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କୁ ବିଧାନସଭା ପରିସରରେ ଗାର୍ଡ ଅଫ୍ ଅନର ଦିଆଯାଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସମେତ ବହୁ ନେତା ଓ ମନ୍ତ୍ରୀ ଦିବଂଗତ ମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ବିଜୟଶ୍ରୀଙ୍କ ପାର୍ଥିବ ଶରୀରରକୁ ତାଙ୍କ ଜନ୍ମମାଟି ଭଦ୍ରକ ଜିଲ୍ଲା ବାସୁଦେବପୁରକୁ ନିଆଯାଉଛି । ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ବିଜୟଶ୍ରୀଙ୍କର ପରଲୋକ ହୋଇଯାଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା ।