ଜମ୍ମୁ-କାଶ୍ମୀର: ବିଜେପି ନେତାଙ୍କୁ ଗୁଳିକରି ହତ୍ୟା

ପୁଲୱାମା: ଜାମ୍ମୁକାଶ୍ମୀରର ପୁଲୱାମାରେ ବୁଧବାର ରାତିରେ ଆତଙ୍କବାଦୀମାନେ ଜଣେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ବିଜେପି ନେତା ରାକେଶ ପଣ୍ଡିତ ଜଣେ ବନ୍ଧୁଙ୍କ ସହ ଯାଉଥିବା ବେଳେ ତ୍ରାଲ୍‌ଠାରେ ତାଙ୍କ ଉପରକୁ କିଛି ଅଜଣା ବନ୍ଧୁକଧାରୀ ଗୁଳି ଚଳାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପଣ୍ଡିତଙ୍କ ବନ୍ଧୁଙ୍କ ଝିଅ ମଧ୍ୟ ଆହତ ହୋଇଛନ୍ତି । ତାଙ୍କ ଗୋଡ଼ରେ ଗୁଳି ଲାଗିଛି । ତାଙ୍କୁ ପୁଲୱାମା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣା ପରେ ଆକ୍ରମଣକାରୀଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀ ସ୍ଥାନୀୟ ଅଞ୍ଚଳକୁ ଚାରିପଟେ ସିଲ୍ କରି ତଲାସି ଅଭିଯାନ ଆରମ୍ଭ କରିଛନ୍ତି । ମୃତ ରାକେଶ ପଣ୍ଡିତ ତ୍ରଲ ମ୍ୟୁନିସିପାଲ କମିଟିର ଚେୟାରମ୍ୟାନ୍ ଥିଲେ । ସେ ଜଣେ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାର ପାଇଁ ଯାଉଥିବା ବେଳେ ତାଙ୍କ ଉପରକୁ ଆତଙ୍କବାଦୀ ମାନେ ହମଲା କରିଥିଲେ । କଶ୍ମୀରର ଆଇଜି ବିଜୟ କୁମାର କହିଛନ୍ତି ଯେ, ରାକେଶ ପଣ୍ଡିତଙ୍କ ସୁରକ୍ଷା ପାଇଁ ଦୁଇ ଜଣ ପିଏସ୍‌ଓଙ୍କୁ ନିୟୋଜିତ କରାଯାଇଥିଲା । କିନ୍ତୁ ଘଟଣାଦିନ ସେ ବିନା ପିଏସ୍‌ଓରେ ତ୍ରଲ୍ ଯାଇଥିଲେ ।

Comments are closed.