୨୦୧୯ ପାଇଁ ଓଡିଶାକୁ ମିଳିଲା ‘ଷ୍ଟାର୍ଟ ଅପ୍ ଲିଡର’ ମାନ୍ୟତା

ଭୁବନେଶ୍ୱର- ୨୦୧୯ ପାଇଁ ଓଡିଶାକୁ ‘ଷ୍ଟାର୍ଟ ଅପ୍ ଲିଡର’ ମାନ୍ୟତା । ରାଜ୍ୟ ଷ୍ଟାର୍ଟ ଅପ୍ ପରିଷଦ ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ଷ୍ଟାର୍ଟ ଅପ୍ ଉଦ୍ୟୋଗ ସଂଖ୍ୟା ୭୭୪କୁ ବୃଦ୍ଧି ପାଇଛି । ୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଷ୍ଟାର୍ଟ ଅଫ୍ ପାଇଁ ପରିବେଶ ଓ ବ୍ୟବସ୍ଥା କ୍ରିୟାଶୀଳ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ସୁଦ୍ଧା ଇଡ୍‌କୋର ନିର୍ମାଣଧୀନ ଜିରୋ-ହବ୍ ବିକଶିତ ହେବ । ୫ ଷ୍ଟାର୍ଟ ଅପ୍ ଓ ୪ ଇନକ୍ୟୁବେଟରକୁ ୨ ଦଶମିକ ୮୮ କୋଟି ଟଙ୍କା ଦେବାକୁ ବୈଠକରେ ନିଷ୍ପତି ହୋଇଛି । ସିଟିଆରଟିସି ଓ ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ନୋଡାଲ୍ ଏଜେନସୀ ଭାବେ ସ୍ୱୀକୃତି ଦିଆଯାଇଛି ।

Comments are closed.