୧୮-୪୪ ବୟସ ବର୍ଗଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ବିଏମସିର ପ୍ରସ୍ତୁତି, ଆସନ୍ତା ୮ ଓ ୯ ତାରିଖରେ ସ୍ୱତନ୍ତ୍ର ଡ୍ରାଇଭ

ଭୁବନେଶ୍ୱର- ୧୮ରୁ ୪୪ ବୟସ ବର୍ଗଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ-ବିଏମସି ପ୍ରସ୍ତୁତି କରିଛି । ଆସନ୍ତା ୮ ଓ ୯ ତାରିଖରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ । ଟିକା ଅଭାବ ଯୋଗୁଁ ବନ୍ଦ ଥିବା ମୋବିଲାଇଜେସନ କେନ୍ଦ୍ରକୁ ପୁଣି କାର୍ଯ୍ୟକ୍ଷମ କରାଯିବ । ଗତ ମେ ୩, ୪ ଓ ୫ ତାରିଖରେ ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯିବ ।

ମୋବିଲାଇଜେସନ ସେଂଟର ଜରିଆରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ବିଏମସି ପକ୍ଷରୁ ସୂଚନା ଦିଆଯିବ । ପୂର୍ବରୁ ନେଇଥିବା କେନ୍ଦ୍ରରେ ହିଁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । କୋଇ-ଉଇନ୍ ଆପ୍‌ରେ ସ୍ଲଟ ବୁକିଂ କରି ଟିକା ନେଇଥିଲେ ପୁଣି ଥରେ ସ୍ଲଟ୍ ବୁକିଂ କରିବାକୁ ହେବ ବୋଲି ବିଏମସି ଅତିରିକ୍ତ କମିଶନର ଲକ୍ଷମୀକାନ୍ତ ସେଠୀ ସୂଚନା ଦେଇଛନ୍ତି ।

Comments are closed.