ସିବିଆଇ ଅଧିକାରୀଙ୍କୁ ଜିନ୍ସ, ଟି-ସାର୍ଟ ମନା, ଲାଗୁ ହେଲା ନୂଆ ଡ୍ରେସ୍ କୋଡ୍‌

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତ ସଂସ୍ଥା ସିବିଆଇର ଅଧିକାରୀଙ୍କୁ ଜିନ୍ସ ଓ ଟି-ସାର୍ଟ ଭଳି କାଜୁଆଲ୍ ପରିଧାନ ମନା ହୋଇଛି । ସିବିଆଇ ଅଧିକାରୀ ଏବେ କେବଳ ଫର୍ମାଲ୍ ପୋଷାକରେ ଅଫିସ୍ ଆସିବେ । ସିବିଆଇର ନୂଆ ନିର୍ଦ୍ଦେଶକ ସୁବୋଧ କୁମାର ଜୈସୱାଲ ଏନେଇ ଏକ ଆଦେଶ ଜାରି କରିଛନ୍ତି । ସବୁ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଫର୍ମାଲ୍ ପୋଷାକରେ ଅଫିସ୍ ଆସିବା ବାଧ୍ୟତାମୂଳକ କରାଯାଇଛି । ଜିନ୍ସ, ଟି-ସାର୍ଟ, ସ୍ପୋର୍ଟ୍ସ ସୁଜ୍‌, ଚପଲ ଓ ଅନ୍ୟ କାଜୁଆଲ ପରିଧାନ ନିଷେଧ କରାଯାଇଛି ।

ନୂଆ ଡ୍ରେସ୍ କୋଡ୍ ନେଇ ଆଦେଶନାମାକୁ କଡ଼ାକଡ଼ି ପାଳନ କରିବା କରିବା ପାଇଁ ସିବିଆଇର ସବୁ ଆଞ୍ଚଳିକ ଶାଖା କାର୍ଯ୍ୟାଳୟ ଗୁଡିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ନୂଆ ଡ୍ରେସ୍ କୋଡ୍ ମୁତାବକ ସିବିଆଇର ମହିଳା ଅଧିକାରୀ ଓ କର୍ମଚାରୀମାନେ ଫର୍ମାଲ ସାର୍ଟ, ଟ୍ରାଉଜର ଏବଂ ଶାଢ଼ୀ ପିନ୍ଧି ପାରିବେ । ପୁରୁଷମାନେ ଫର୍ମାଲ ସାର୍ଟ, ଟ୍ରାଉଜର ପରିଧାନ କରିବେ ।

Comments are closed.