ଇଥିଓପିଆ: ଯାତ୍ରୀବାହୀ ବସ୍ ଉପରେ ଆକ୍ରମଣ; ୩୪ ମୃତ

ନାଇରୋବି – ପଶ୍ଚିମ ଇଥିଓପିଆରେ ଏକ ଯାତ୍ରୀବାହୀ ବସ୍ ଉପରେ କିଛି ଅଜଣା ବନ୍ଧୁକଧାରୀ ଆକ୍ରମଣ କରିଛନ୍ତି । ଏଥିରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଶନିବାର ରାତିରେ ବେନିସାଙ୍ଗୁଲ-ଗୁମୁଜ ଅଞ୍ଚଳରେ ଘଟିଛି । ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଇଥିଓପିଆ ଜାତୀୟ ମାନବାଧିକାର କମିଶନ ତରଫରୁ କୁହାଯାଇଛି । ଦେଶର ଅନ୍ୟ ସ୍ଥାନରେ ବି ସମାନ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଗତ କିଛି ଦିନ ଧରି ବିଭିନ୍ନ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଓ ଇଥିଓପିଆ ସରକାରଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ନିକଟରେ ଇଥିଓପିଆ ସରକାର ତରଫରୁ ଟାଇଗ୍ରେ ଅଞ୍ଚଳର ବିଦ୍ରୋହୀଙ୍କ ଉପରେ ଆକ୍ରମଣ ହୋଇଥିଲା ।

Comments are closed.