ଯୁକ୍ତ ଦୁଇ ପରୀକ୍ଷାଫଳ ମୂଲ୍ୟାୟନ ପାଇଁ ଗଠନ ହେବ ବିଶେଷଜ୍ଞ କମିଟି

ଭୁବନେଶ୍ୱର-ଯୁକ୍ତ ଦୁଇ ପରୀକ୍ଷା ବାତିଲକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ବିଶିଷ୍ଟ ଶିକ୍ଷାବିତ ଓ ସିଏଚଏସଇ କର୍ତ୍ତୃପକ୍ଷଙ୍କୁ ନେଇ ୧୫ ଦିନ ମଧ୍ୟରେ ଏକ ବିଶେଷଜ୍ଞ କମିଠ ଗଠନ କରାଯିବ । ପରୀକ୍ଷାଫଳ ମୂଲ୍ୟାୟନ କିପରି ହେବ, ତାହା ଅନୁଧ୍ୟାନ କରି କମିଟି ନିଜର ମତାମତ ଦେବ । ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପଦ୍ଧତିକୁ ମଧ୍ୟ ଅନୁଧ୍ୟାନ କରିବ ବିଶେଷଜ୍ଞ କମିଟି । ସିବିଏସଇ ଓ ଆଇସିଏସଇ ପରୀକ୍ଷାଫଳ ସମୟରେ ସିଏଚଏସଇ ଯୁକ୍ତ ଦୁଇ ଫଳ ମଧ୍ୟ ପ୍ରକାଶ ପାଇବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

Comments are closed.