ବିଏମସି ପକ୍ଷରୁ ୧୮ରୁ ୪୪ ବର୍ଷିୟଙ୍କ ଟିକାକରଣ ପାଇଁ ୱାକ-ଇନ୍ ବ୍ୟବସ୍ଥା ଘୋଷଣା

ଭୁବନେଶ୍ୱର- ୧୮ରୁ ୪୪ ବର୍ଷିୟଙ୍କ ପାଇଁ ଦ୍ୱିତୀୟ ଡୋଜ୍ ଟିକାକରଣ ଘୋଷଣା କରାଯାଇଛି । କୋ-ୱିନ୍ ଆପ୍‌ରେ ସ୍ଲଟ ବୁକିଂ ନ କରି ମଧ୍ୟ ନେଇ ହେବ ଟିକା । ମେ ୩ରୁ ୧୪ ତାରିଖ ମଧ୍ୟରେ ପ୍ରଥମ ଡୋଜ୍ ନେଇଥିବା ଲୋକଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ । ପ୍ରଥମ ଡୋଜ୍ ଟିକା ନେଇଥିବା ସ୍ଥାନରେ ଦ୍ୱିତୀୟ ଡୋଜ୍ ଦିଆଯିବ । ଏଥିପାଇଁ ପ୍ରଥମ ଡୋଜ୍ ଟିକାକରଣର ପ୍ରମାଣ ପତ୍ର ଦେଖାଇବାକୁ ପଡିବ ।

Comments are closed.