ରାଜ୍ୟରେ ଦ୍ରୁତଗତିରେ ହ୍ରାସ ପାଉଛି କୋରୋନା ସଂକ୍ରମଣ, ୭୦୦୨ ନୂଆ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ । ଦିନକରେ ଆଉ ୭ ହଜାର ୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୩ ହଜାର ୯୨୧ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୮୧ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୬୭, କଟକରୁ ୭୭୧, ଯାଜପୁରରୁ ୪୮୬, ଅନୁଗୁଳରୁ ୩୮୮, ମୟୂରଭଞ୍ଜରୁ ୩୭୦, ବାଲେଶ୍ୱରରୁ ୩୩୧, ପୁରୀରୁ ୩୦୬, ଭଦ୍ରକରୁ ୨୬୭, ସୁନ୍ଦରଗଡରୁ ୨୪୩, ଜଗତସିଂହପୁରରୁ ୨୩୨, ରାୟଗଡାରୁ ୨୨୨, ନବରଙ୍ଗପୁରରୁ ୧୯୮, ନୟାଗଡରୁ ୧୯୬, କେନ୍ଦ୍ରାପଡାରୁ ୧୮୮, କୋରାପୁଟରୁ ୧୫୮, କେନ୍ଦୁଝରରୁ ୧୪୮, ବୌଦ୍ଧରୁ ୧୩୪, ବରଗଡରୁ ୧୧୭,ସମ୍ବଲପୁରରୁ ୧୦୭, ଢେଙ୍କାନାଳରୁ ୧୦୬, କଳାହାଣ୍ଡିରୁ ୧୦୩, ଝାରସୁଗୁଡାରୁ ୯୭, ମାଲକାନଗିରିରୁ ୯୫, ବଲାଙ୍ଗୀରରୁ ୮୯, ଗଞ୍ଜାମରୁ ୭୪, ଦେବଗଡରୁ ୬୪, ସୋନପୁରରୁ ୫୯, ଗଜପତିରୁ ୪୮, ନୂଆପଡାରୁ ୨୮ ଓ କନ୍ଧମାଳରୁ ୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋଭିଡ ପଜିଟିଭଙ୍କ ସଂଖ୍ୟା ୮ ଲକ୍ଷ ୧୩ ହଜାର ୯୬କୁ ବୃଦ୍ଧି ପାଇଥିବା ବେଳେ ୭ ଲକ୍ଷ ୩୨ ହଜାର ୧୮ ଜଣ ସୁସ୍ଥ ହୋଇସାରିଲେଣି । ୭୮ ହଜାର ୩୧ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.