ଦୁଇ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୫୦ ମୃତ

କରାଚି: ପଡୋଶୀ ଦେଶ ପାକିସ୍ତାନରେ ଆଜି ଭୋର୍ ରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ପାକିସ୍ତାନର ଘୋଟକିରେ ଥିବା ରେତୀ ଏବଂ ଡାହାର୍କି ରେଳ ଷ୍ଟେସନ ମଧ୍ୟରେ ମିଲ୍ଲତ ଏକ୍ସପ୍ରେସ ସହିତ ସର୍ ସୟଦ ଏକ୍ସପ୍ରେସ ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୫୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବହୁ ସଂଖ୍ୟକ ଲୋକ ଆହତ ହୋଇଛନ୍ତି।

ରେଳ ଅଧିକାରୀଙ୍କ କହିବାନୁସାରେ, ଟ୍ରାକରେ ପୂର୍ବରୁ ଠିଆ ହୋଇଥିବା ମିଲ୍ଲତ ଏକ୍ସପ୍ରେସ ସହିତ ସରଗୋଡା ଯାଉଥିବା ସର୍ ସୟଦ ଏକ୍ସପ୍ରେସ ମଧ୍ୟ ସେହି ଟ୍ରାକ ରେ ସାମ୍ନା ପଟରୁ ଆସିବା ଦ୍ବାରା ଦୁଇ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘୋଟକି ଡିସି ଓସମାନ ଅବଦୁଲ୍ଲା କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୫୦ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ଏପର୍ଯ୍ୟନ୍ତ ଉଭୟ ଟ୍ରେନର ବଗିରେ ଫସି ରହିଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରିଥିଲେ।

Comments are closed.