ଟିକାକରଣ ନେଇ କେନ୍ଦ୍ରର ନୂଆ ଗାଇଡଲାଇନ ଜାରି

ନୂଆଦିଲ୍ଲୀ – ଟିକାକରଣ ନେଇ କେନ୍ଦ୍ରର ନୂଆ ଗାଇଡଲାଇନ ଜାରି ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଜାରି ହୋଇଛି କେନ୍ଦ୍ରର ନୂଆ ଗାଇଡଲାଇନ୍ । ୧୮ ବର୍ଷରୁ ଅଧିକ ବୟସର କାହାକୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ, ତାହା ରାଜ୍ୟ ସରକାରମାନେ ନିର୍ଣ୍ଣୟ କରିବେ । ରାଜ୍ୟର ଲୋକସଂଖ୍ୟା, ରୋଗୀ ଅନୁପାତ, ଟିକାକରଣ ଦେଖି ଟିକା ବଂଟନ କରାଯିବ । ରାଜ୍ୟମାନଙ୍କୁ କେଉଁଦିନ,କେତେ ଟିକା ଦିଆଯିବ, ସେ ବାବଦରେ କେନ୍ଦ୍ର ଆଗୁଆ ଜଣାଇବ । ସମସ୍ତଙ୍କୁ ମାଗଣାରେ ମିଳିବ ଟିକା । ରାଜ୍ୟଗୁଡିକ ୭୫ ପ୍ରତିଶତ ଟିକା କେନ୍ଦ୍ରଠାରୁ ମାଗଣାରେ ପାଇବେ । ଟିକା ଉତ୍ପାଦକମାନେ ଘରୋଇ ହସପିଟାଲକୁ ଟିକା ଦେଇପାରିବେ । ମାସିକ ଉତ୍ପାଦନର ୨୫ ପ୍ରତିଶତ ଟିକା ହସପିଟାଲକୁ ଦେଇପାରିବେ । ଟିକା କଂପାନି ଧାର୍ଯ୍ୟ ଦର ସହ ୧୫୦ ଟଙ୍କା ସର୍ଭିସ ଚାର୍ଜ ଭାବେ ନେବେ ହସପିଟାଲ୍ ।

Comments are closed.