ଆଜି ରାଜ୍ୟ କ୍ୟାବନେଟ, ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିବା ସମ୍ଭାବନା

ଭୁବନେଶ୍ୱର-ଆଜି ରାଜ୍ୟ କ୍ୟାବିନେଟର ବୈଠକ ବସିବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ୧୦ ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି । ପୂର୍ତ୍ତ ବିଭାଗର ୪ଟି ଓ ସ୍ୱାସ୍ଥ୍ୟ ବିଭାଗର ଗୋଟିଏ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିିପାରେ । ସାଧାରଣ ପ୍ରଶାସନ, ସ୍କୁଲ ଓ ଗଣଶିକ୍ଷା ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ବି ଅନୁମୋଦନ ହେବା ସମ୍ଭାବନା ରହିଛି । ଏହାଛଡା ବୈଠକରେ ନଗର ଉନ୍ନନ ବିଭାଗର ଗୋଟିଏ ପ୍ରସ୍ତାବ ବି ଆସିବ । ସଂଧ୍ୟା ସାଢେ ୫ରେ ଭିଡିଓ କନଫରେନସିଂରେ କ୍ୟାବିନେଟ ବୈଠକ ବସିବ ।

Comments are closed.