କୋଭିଡ ରୋଗୀଙ୍କ ଇସିଏମଓ ଚିକିତ୍ସା ଅତି ବ୍ୟୟବହୁଳ, ଦେଶରେ ତିଆର ହେଉ ନ ଥିବାରୁ ବିଦେଶରୁ ଅଣାଯାଉଛି ମେସିନ

ଭୁବନେଶ୍ୱର- ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଇସିଏମଓ ମେସିନ ବ୍ୟବହାର ପ୍ରସଙ୍ଗରେ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ,ରୋଗୀର ରକ୍ତକୁ ଅକ୍ସିଜେନ ଦେବା ପାଇଁ ଏହି ମେସିନ ବ୍ୟବହାର ହେଉଛି । ଭେଂଟିଲେଟର ବିଫଳ ହେଲେ ବି ଇସିଏମଓ ଜୀବନ ରକ୍ଷା କରିପାରିବ । କିନ୍ତୁ ଏହା ଏକ ବ୍ୟୟବହୁଳ ଚିକିତ୍ସା । ଏଥିପାଇଁ ଆର୍ଥିକ ଓ ମାନବ ସମ୍ବଳ ଜରୁରୀ । ପ୍ରଥମେ ଇସିଏମଓ ବ୍ୟବହାର ପାଇଁ ୫ ଲକ୍ଷ ଓ ପରେ ଦିନକୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ । ଭାରତରେ ଇସିଏମଓ ମେସିନ ତିଆରି ହେଉନାହିଁ । ବିଦେଶରୁ ଏହି ମେସିନ ଆଣିବାକୁ ଟେଣ୍ଡର ସରିଥିବା ଡିଏମଇଟି ସୂଚନା ଦେଇଛନ୍ତି ।

Comments are closed.