ପାଟଣାଗଡ ଡାକ୍ତରଖାନାର ପୂର୍ବତନ ଏସଡିଏମଓ ଡାକ୍ତର ବାଚସ୍ପତି ଦାଶ ଚାକିରିରୁ ବରଖାସ୍ତ

ବଲାଙ୍ଗୀର – ବଲାଙ୍ଗିର ଜିଲ୍ଲା ପାଟଣାଗଡ ଡାକ୍ତରଖାନାର ପୂର୍ବତନ ଏସଡିଏମଓ ଡାକ୍ତର ବାଚସ୍ପତି ଦାଶଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ପୁରୀ ଜିଲ୍ଲା ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଅଭିଯୋଗରେ ଡାକ୍ତର ବାଚସ୍ପତିଙ୍କୁ ବରଖାସ୍ତ କରାଯାଇଥିବା ବଲାଙ୍ଗୀର ସିଡିଏମଓ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ବାଚସ୍ପତି ଦାଶ ଗୋପରେ ଏକ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ମାମଲାରେ ଛନ୍ଦି ହୋଇ ପଡିଥିଲେ । ଏହି ଘଟଣାରେ ତାଙ୍କ ବିରୋଧରେ ତଦନ୍ତ ଚାଲିଥିଲା ।
ପୂର୍ବରୁ ପାଟଣାଗଡ ଡାକ୍ତରଖାନାରେ ରୋଗୀଙ୍କୁ ଲାଂଚ ମାଗିବା ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଡାକ୍ତର ବାଚସ୍ପତି । ଏ ଘଟଣାରେ ତାଙ୍କ ବିରୋଧରେ ତଦନ୍ତ ଜାରି ରହିଛି ।

Comments are closed.