ରାଜ୍ୟରେ କୋରୋନାରେ ଆଉ ୪୪ ମୃତ, ମୃତ୍ୟୁ ସଂଖ୍ୟା ୩ ହଜାର ୧୬୭କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ କୋରୋନାରେ ଆଉ ୪୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ୩ ହଜାର ୧୬୭ରେ ପହଂଚିଛି । ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । କଟକ, ଅନୁଗୁଳ, ଝାରସୁଗୁଡା, ବରଗଡ ଜିଲ୍ଲାରୁ ୪ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ, ବଲାଙ୍ଗୀର, କଳାହାଣ୍ଡି, ରାୟଗଡା, ପୁରୀ ଜିଲ୍ଲାରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରୁ ୨, ବୌଦ୍ଧରୁ ୧, କେନ୍ଦ୍ରାପଡାରୁ ୧, ଢେଙ୍କାନାଳରୁ ୧, ସମ୍ବଲପୁରରୁ ୧ ଦେବଗଡରୁ ୧, ଓ ଯାଜପୁରରୁ ଜଣେ ରୋଗୀ ପ୍ରାଣ ହରାଇଛନ୍ତି ।

Comments are closed.