ପୁରୀ ଓ ବିକାନେର ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର-ଜୁନ ୧୩ ତାରିଖରୁ ପୁରୀ ଓ ବିକାନେର ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଟ୍ରେନ୍‌ଟି ବିକାନେରରୁ ଜୁନ ୧୩ ତାରିଖରୁ ପ୍ରତି ରବିବାର ସଂଧ୍ୟା ୭ଟା ୪୫ ମିନିଟରେ ଛାଡିବ । ପୁରୀରୁ ଏହି ଟ୍ରେନ ଜୁନ ୧୬ ତାରିଖରୁ ପ୍ରତି ବୁଧବାର ସକାଳ ୬ଟା ୩୫ ମିନିଟରେ ଛାଡିବ । ପରବର୍ତ୍ତୀ ଆଦେଶ ଯାଏ ଏହି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ।

Comments are closed.