ଓଡିଶା ଛୁଇଁଲା ମୌସୁମୀ, ଦକ୍ଷିଣ ଓଡିଶାରେ ବର୍ଷା

ଭୁବନେଶ୍ୱର – ଓଡିଶାରେ ପ୍ରବେଶ କରିଛି ମୌସୁମୀ ବାୟୁ । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ଦକ୍ଷିଣ ଓଡିଶାର କିଛି ଭାଗରେ ପ୍ରବେଶ କରିଛି । ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଆଗାମୀ ୪୮ ଘଂଟା ମଧ୍ୟରେ ମୌସୁମୀ ସାରା ଓଡିଶା ସ୍ପର୍ଶ କରିବ । ଏଥିପାଇଁ ସ୍ଥିତି ଅନୁକୂଳ ରହିଥିବା ସୂଚନା ମିଳିିଛି । ଜୁନ୍ ୩ ତାରିଖରେ କେରଳ ଛୁଇଁଥିଲା ମୌସୁମୀ ବାୟୁ । କେରଳରେ ପ୍ରବେଶର ୮ରୁ ୧୦ ଦିନ ମଧ୍ୟରେ ମୌସୁମୀ ଓଡିଶା ଛୁଇଁଥାଏ ।

Comments are closed.