ଏଥର ବି ବିନାଭକ୍ତରେ ହେବ ପୁରୀ ରଥ ଯାତ୍ରା

ପୁରୀ – ଏଥର ବି ବିନାଭକ୍ତରେ ହେବ ରଥଯାତ୍ରା । କୋଭିଡ ଦୃଷ୍ଟିରୁ ଏଥର ବି ବିନାଭକ୍ତରେ ରଥଯାତ୍ରା ହେବ । କୋଭିଡ ନେଗେଟିଭ ଥିବା ସେବାୟତଙ୍କୁ ନେଇ ରଥ ଯାତ୍ରା ପରିଚାଳନା କରାଯିବ । ପୁରୀକୁ ଛାଡିଦେଲେ ରାଜ୍ୟର ଆଉ କେଉଁଠି ରଥଯାତ୍ରା ହେବ ନାହିଁ । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ ପୁରୀରେ ରଥ ଯାତ୍ରା ହେବ । ରଥଯାତ୍ରା ବେଳେ ପୁରୀରେ କର୍ଫ୍ୟୁ ଲାଗିବ । ବାହାର ଲୋକଙ୍କୁ ପୁରୀକୁ ବାରଣ କରାଯିବ । ପୁରୀକୁ ଟ୍ରେନ ସମେତ ଅନ୍ୟ ଯାନବାହନ ପ୍ରବେଶ ମଧ୍ୟ ବାରଣ ହେବ । ଏସଆରସି ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି ।

Comments are closed.