ବନ୍ୟା ଆଶଙ୍କାରେ ଜଳସଂପଦ ବିଭାଗ ତତ୍ପର, ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକୁ ଆଲର୍ଟ

ଭୁବନେଶ୍ୱର – ରାଜ୍ୟରେ ମୌସୁମୀ ପ୍ରବେଶ ସହ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଥି ତତ୍ପରତା ପ୍ରକାଶ କରିଛି ଜଳ ସଂପଦ ବିଭାଗ । ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକୁ ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି । ବିଶେଷ କରି ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଯାଜପୁ. ମୟୂରଭଞ୍ଜ, ଢେଙ୍କାନାଳ ଓ ଅନୁଗୁଳ ଭଳି ଜିଲ୍ଲାଗୁଡିକୁ ଅଧିକ ଫୋକସରେ ରଖାଯାଇଥିବା ଜଳସଂପଦ ବିଭାଗ ପକ୍ଷରୁ କୁହାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି କୌଣସି ଅଧିକାରୀ ହେଡକ୍ୱାର୍ଟର ଛାଡ ନ ଯିବାକୁ କୁହାଯାଇଛି । କଂଟ୍ରୋଲ ରୁମ୍ ଖୋଲାଯାଇଛି । ନଦୀବନ୍ଧ ଗୁଡିକରେ ପାଟ୍ରୋଲିଂ କରିବା ସହ ଯାଂଚ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

Comments are closed.