ଅଗଷ୍ଟ ୨ରୁ ଆରମ୍ଭ ହେବ ସିିଭିଲ୍ ସର୍ଭିସ୍ ପ୍ରାର୍ଥୀଙ୍କ ସାକ୍ଷାତକାର

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁଁ ସ୍ଥଗିତ ଥିବା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୦ର ସାକ୍ଷାତକାର ପର୍ଯ୍ୟାୟ ଅଗଷ୍ଟ୨ରୁ ଆରମ୍ଭ କରିବ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) । ପ୍ରତିବର୍ଷ ହେଉଥିବା ଏହି ପରୀକ୍ଷା ତିନୋଟି ପର୍ଯ୍ୟାୟରେ ହୋଇଥାଏ । ପ୍ରଥମ ପର୍ଯ୍ୟାୟ ହେଉଛି ପ୍ରିଲିମିନାରି ପରୀକ୍ଷା, ଦ୍ୱିତୀୟ ମେନ୍ ଓ ତୃତୀୟ ପର୍ଯ୍ୟାୟ ହେଲା ପର୍ସନାଲିଟି ଟେଷ୍ଟ ବା ସାକ୍ଷାତକାର । ଏହି ପରୀକ୍ଷା ଦ୍ୱାରା ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌), ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌) ଏବଂ ଭାରତୀୟ ପୋଲିସ୍ ସେବା (ଆଇପିଏସ୍‌) ଅଧିକାରୀଙ୍କୁ ନିଯୁକ୍ତ କରାଯାଏ ।

ସିଭିଲ ସର୍ଭିସ୍ ପ୍ରାର୍ଥୀଙ୍କ ସାକ୍ଷାତକାର ଏପ୍ରିଲରେ ହେବାର ଥିଲା । ତେବେ କରୋନା ସଂକ୍ରମଣ ବଢ଼ିବା ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା । କୋଭିଡ୍‌-୧୯ ସ୍ଥିତିର ସମୀକ୍ଷା କରିବା ପରେ ପର୍ସନାଲିଟି ଟେଷ୍ଟ ବା ସାକ୍ଷାତକାର ପର୍ଯ୍ୟାୟ ଅଗଷ୍ଟ ୨ରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ୟୁପିଏସ୍‌ସି ପକ୍ଷରୁ କୁହାଯାଇଛି ।

Comments are closed.