ଗ୍ରାମାଞ୍ଚଳ ଲୋକେ ସହର ସହ ଯୋଡି ହେବେ

ଘାଟିପଡାରୁ ଧିଙ୍ଗିଆମୁଣ୍ତା ରାସ୍ତା ହେବ ଚାରି ଟିକିଆ

ମୁଖ୍ୟମନ୍ତ୍ରୀଙ୍କୁ କ୍ରୁତଜ୍ଞତା ଜଣାଇଲା ଜିଲ୍ଲା ବିଜେଡି

ନୂଆପଡ଼ା : ବହୁ ପ୍ରତିକ୍ଷୀତ ବିଜୁ ଏକ୍ସ ପ୍ରେସ ଓ୍ବେର କୋମନା ବ୍ଲକ ଘାଟିଡା ଠାରୁ ସିନାାଲି ବ୍ଲକ ଧିଙ୍ଗିଆମୁଣ୍ତା ର୍ପ୍ୟନ୍ତ ରାସ୍ତା ଚାରି ଟିକିଆ ନିର୍ମାଣ ହେବାକୁ ଯାଉଛି । ଏଥି ପାଇଁ ରାଜ୍ୟ ସରକାରଙ୍କ ପାଣ୍ଠିରେ ୨୬୫ କୋଟି ଟଙ୍କାର କାର୍ଯ୍ୟରମ୍ଭ ନିମନ୍ତେ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ସ୍ଥାନୀୟ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କାର୍ଯ୍ୟାଳୟ ଠାରେ ଆହୁତ ଜିଲ୍ଲା ବିଜେଡିର ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ର ସୂଚନା ଦେଇଛନ୍ତି।

ପଶ୍ଚିମ ଓଡିଶାର ଗ୍ରାମାଳର ଲୋକଙ୍କୁ ସହରାଳ ସହିତ ଯୋଡିବା ପାଇଁ ରାଜ୍ୟ ସରକାର ବିଜୁ ଏକ୍ସ ପ୍ରେସ ଓ୍ବେ ନିର୍ମାଣ କରୁଛନ୍ତି। ଏଥିରେ ନୂଆପଡ଼ା ଜିଲ୍ଲାର ସଦର ବ୍ଲକ ସାହିପଲା ଠାରୁ ସିନାାଲି ଧିଙ୍ଗିଆମୁଣ୍ତା ର୍ଯ୍ୟନ୍ତ ୧୨୦ କିମି ରାସ୍ତା ନିର୍ମାଣ ହେବାକୁ ରହିଛି। ସେଥିରୁ ସାହିପଲାରୁ ନୂଆପଡ଼ାକୁ ୧୬ କିମି ଚାରି ଟିକିଆ ରାସ୍ତା ନିର୍ମାଣ ହୋଇ ସାରିଛି। ନୂଆପଡ଼ାରୁ ଘାଟିପଡା ୯ କିମି ଜାତୀୟ ରାଜଥ ୩୫୩ରେ ଯାଉଛି। କୋମନା ବ୍ଲକ ଘାଟିପଡା ଠାରୁ ସିନାପାଲି ବ୍ଲକ ଧିଙ୍ଗିଆମୁଣ୍ତା ୧୦୪ କିମି ପ୍ରଥମ ପର୍ଯ୍ୟାୟରେ ଦୁଇ ଟିକିଆ ରାସ୍ତା ନିର୍ମାଣ ପାଇଁ ଅନୁମୋଦନ ହୋଇଥିଲା।

ଏହି ୧୦୪ କିମି ରାସ୍ତା ଚାରି ଟିକିଆ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ହୋଇ ସାରିଥିଲେ ବି ନିର୍ମାଣ ପାଇଁ ଅର୍ଥ ଅନୁମୋଦନ ହୋଇନଥିଲା। ଏବେ ଦୁଇ ଟିକିଆ ରାସ୍ତା ପ୍ରାୟ ସମ୍ପୁର୍ଣ୍ଣ ହେବା ଉପରେ ରହିଛି । ଗତକାଲି ସନ୍ଧ୍ୟାରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘାଟିପଡାରୁ ଧିଙ୍ଗିଆମୁଣ୍ତାକୁ ଚାରି ଟିକିଆ ରାସ୍ତା ନିର୍ମାଣ ପାଇଁ ଅନୁମୋଦନ କରିଛନ୍ତି। ଏବେ ସହଜରେ ଗ୍ରାମାଳର ଲୋକେ ସହର ସହିତ ଯୋଡି ହୋଇ ପାରିବେ। ଗାଁ ଗଣ୍ତାରେ ଉତ୍ପାଦିତ କୃଷୀଜାତ ଓ ଲଘୁଜାତ ଦ୍ରବ୍ୟ ସହଜରେ ସହରକୁ ପହଂଚି ପାରିବ ଓ ଲୋକେ ବହୁ କଷ୍ଟରେ ଫସଲର ଉଚିତ ମୁଲ୍ୟ ପାଇ ପାରିବେ। ଏଥିରେ ଗ୍ରାମାଞ୍ଚଳର ଲୋକଙ୍କ ଆଥିର୍କ, ସାମାଜିକ କ୍ଷେତ୍ରରେ ବିକାଶ ସାଧିତ ହେବ ବୋଲି ବିଜେଡି ନେତା ମାନେ ଉଦବୋଧନ ଦେଇଥିଲେ। ଏହାକୁ ନେଇ ବିଜେଡି ନେତାମାନେ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।

ନୂଆପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆଙ୍କ ତତ୍ବାବଧାନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ (ଗ୍ରାମ୍ୟ ବିକାଶ) ଅବନୀ ରଂଜନ ଯୋଷୀ, ଯୁବ ବିଜେଡି ଜିଲ୍ଲା ସଭାପତି ହରିଶ୍ଚନ୍ଦ୍ର ପଣ୍ତା, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, କାର୍ତ୍ତିକ ଦୀପ, କାଲିଆ, ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାପସିଂ ମାଝି, କୋମନା ବ୍ଲକ ଯୁବ ବିଜେଡି ସଭାପତି ମୁରଲିଧର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.