ରାଜ୍ୟରେ ୬ ହଜାରରୁ ତଳେ ଦୈନିକ କୋରୋନା ସଂକ୍ରମଣ, ଦିନକରେ ୫୨୩୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ଥରେ ୬ ହଜାରରୁ କମ୍ ରହଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫ ହଜାର ୨୩୫ ସଂକ୍ରମିତ । ସଙ୍ଗରୋଧରୁ ୨ ହଜାର ୯୫୭ ଓ ସ୍ଥାନୀୟ ଅଞ୍ଚଳରୁ ୨ ହଜାର ୨୭୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨୬, କଟକରୁ ୫୫୭, ଯାଜପୁରରୁ ୩୯୪, ବାଲେଶ୍ୱରରୁ ୩୨୦, ମୟୂରଭଞ୍ଜରୁ ୨୮୫, ଅନୁଗୁଳରୁ ୨୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୁନ୍ଦରଗଡରୁ ୨୫୧, କେନ୍ଦ୍ରାପଡାରୁ ୨୩୭, ପୁରୀରୁ ୨୩୪, ଭଦ୍ରକରୁ ୨୧୭, ନବରଙ୍ଗପୁରରୁ ୧୮୬, ଜଗତସିଂହପୁରରୁ ୧୪୮, ଢେଙ୍କାନାଳରୁ ୧୩୭, ନୟାଗଡରୁ ୧୩୨, ରାୟଗଡାରୁ ୧୨୯, କୋରାପୁଟରୁ ୧୨୭, ବରଗଡରି ୧୧୮ ଓ କେନ୍ଦୁଝରରୁ ୧୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
୧୨ଟି ଜିଲ୍ଲାରେ ଦୈନିକ ମାମଲା ଦୁଇ ଅଙ୍କରେ ରହିଛି । ବୌଦ୍ଧରୁ ୮୩, ଗଞ୍ଜାମରୁ ୭୭, ସମ୍ବଲପୁରରୁ ୬୬, ମାଲକାନଗିରିରୁ ୫୮, କଳାହାଣ୍ଡିରୁ ୪୮, ବଲାଙ୍ଗିରରୁ ୪୧, କନ୍ଧମାଳରୁ ୩୭, ସୋନପୁରରୁ ୩୪, ଝାରସୁଗୁଡାରୁ ୨୭, ଗଜପତିରୁ ୨୩, ଦେବଗଡରୁ ୧୪ ଓ ନୂଆପଡାରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୮ ଲକ୍ଷ ୪୨ ହଜାର ୪୬୧ରେ ପଂହଚିଥିବା ବେଳେ ୭ ଲକ୍ଷ ୭୨ ହଜାର ୯୭୨ ସୁସ୍ଥ ହୋଇସାରିଲେଣି । ୬୬ ହଜାର ୨୨୬ ଜଣ ଚିକିତ୍ସାଧୀନ ଅଛନ୍ତି ।

Comments are closed.