କରୋନା ଅପଡେଟ୍‌: ଭାରତରେ ୯୧,୭୦୨ ନୂଆ ସଂକ୍ରମିତ ଚିହ୍ନଟ, ୩୪୦୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଅଛି । କ୍ରମାଗତ ଚତୁର୍ଥ ଦିନ ଧରି ଦୈନିକ ମାମଲା ଲକ୍ଷେ ତଳେ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୯୧,୭୦୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ସ୍ଥିର ରହିଥିଲେ ବି ମୃତ୍ୟୁସଂଖ୍ୟା ଖସୁ ନାହିଁ । ଦିନକରେ ଏହି ରୋଗରେ ଆଉ ୩୪୦୩ ଜଣଙ୍କର ମୃତ୍ୟୁ ହୋଇଛି । କରୋନାରୁ ଆଉ ୧ ଲକ୍ଷ ୩୪ ହଜାର ୫୮୦ ଜଣ ଲୋକ ସୁସ୍ଥ ହୋଇଛନ୍ତି ।

ଗୁରୁବାର ଦିନ ଭାରତରେ ୯୪,୦୫୨ ମାମଲା ରିପୋର୍ଟ ହୋଇଥିଲା ଏବଂ ରେକର୍ଡ ୬୧୪୮ ଜଣଙ୍କର ମୃତ୍ୟୁ ହୋଇଥିଲା । ବିହାର କରୋନା ଜନିତ ମୃତ୍ୟୁସଂଖ୍ୟାର ଅଡିଟ୍ କରିବା ପରେ ମୃତ୍ୟୁସଂଖ୍ୟା ବଢ଼ିଥିଲା । ଦେଶରେ କ୍ରମାଗତ ୨୯ତମ ଦିନ ପାଇଁ ଦୈନିକ ସଂକ୍ରମଣ ତୁଳନାରେ ସୁସ୍ଥ ହାର ଅଧିକ ରହିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଭାରତରେ ବେ ମୋଟ କରୋନା ମାମଲା ୨ କୋଟି ୯୨ ଲକ୍ଷ ୭୪ ହଜାର ୮୨୩ରେ ପହଞ୍ଚିଛି । କରୋନାରୁ ଏ ପର୍ଯ୍ୟନ୍ତ ୨ କୋଟି ୭୭ ଲକ୍ଷ ୯୦ ହଜାର ୭୩ ଜଣ ସୁସ୍ଥ ହୋଇଥିବାବେଳେ ୩ ଲକ୍ଷ ୬୩ ହଜାର ୭୯ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ଏବେ ୧୧ ଲକ୍ଷ ୨୧ ହଜାର ୬୭୧ ସକ୍ରିୟ ମାମଲା ଅଛି । ଜୁନ୍ ୧୦ ସୁଦ୍ଧା ଦେଶରେ ମୋଟ ୨୪ କୋଟି ୬୦ ଲକ୍ଷ କରୋନା ଟିକା ଦିଆଯାଇଛି ।

Comments are closed.