ବରଗଡ ଜିଲ୍ଲାରେ ପୋଲିସ ସହ ଗୁଳି ବିନିମୟରେ କ୍ୟାଡର ମାଓବାଦୀ ନିହତ

ବରଗଡ- ବରଗଡ ଜିଲ୍ଲାରେ ପୋଲିସ ସହ ଗୁଳି ବିନିମୟରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଛି । ପୋଲିସ ଡିଜି ଅଭୟ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି । ନିହତ ମାଓବାଦୀ ଜଣକ କମାଣ୍ଡର ରବିନ୍ଦର ବୋଲି ଜଣାପଡିଛି । ତାଠାରୁ ଏକେ -୪୭ ରାଇଫଳ ଜବତ କରାଯାଇଛି । ବରଗଡ ଜିଲ୍ଲା ଘେଁସ ବନଖଣ୍ଡ ଅନ୍ତର୍ଗତ ଝାଂଜ ପାହାଡ ନିକଟରେ ମାଓବାଦୀ ରହିଥିବା ସୂଚନା ମିଳିଲା ପରେ ଗତ ରାତିରେ ପୋଲିସ ଡିଭିଏଫ ଓ ଏସଓଜି ଯବାନ ମିଳିତ ଅପରେସନ କରିଥିଲେ ।

Comments are closed.