ଉତ୍ତର -ପଶ୍ଚିମ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର , ୨୪ ଘଂଟାରେ ଲଘୁଚାପ ହେଲେ ସାରା ଓଡିଶାକୁ ଛୁଇଁବ ମୌସୁମୀ

ଭୁବନେଶ୍ୱର – ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟାରେ ଲଘୁଚାପରେ ଏହା ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଲଘୁଚାପ ସୃଷ୍ଟି ହେଲେ ଏହାର ପ୍ରଭାବରେ ସାରା ଓଡିଶାକୁ ଛୁଇଁବ ମୌସୁମୀ ବାୟୁ । ଏବେ ରାଜ୍ୟରେ ୧୬ଟି ଜିଲ୍ଲାରେ ମୌସୁମୀ ବାୟୁ ପ୍ରବେଶ କରିସାରିଛି ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Comments are closed.