ବରଗଡ଼ ପୋଲିସ- ମାଓବାଦୀ ଗୁଳି ବିନିମୟ: ବରଗଡ ପୁଲିସର ସଫଳତା, ଜଣେ ମାଓବାଦୀ ନିହତ

ବରଗଡ: ବରଗଡ଼ ଜିଲ୍ଲାରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି ! ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଜିଲ୍ଲା ଘେଁସ ବନାଞ୍ଚଳ ଅନ୍ତର୍ଗତ ଝାଞ୍ଜ ପାହାଡ଼ ନିକଟରେ ମାଓବାଦୀ ରହିଥିବା ଗୁପ୍ତ ସୂଚନା ପାଇବାପରେ ଗତ ରାତିରେ ପୋଲିସ DVF ଏବଂ SOG ଯବାନଙ୍କ ମିଳିତ ଅପରେସନ ଜାରିରହିଥିଲା । ତେବେ ଏହି ମିଳିତ ଅପରେସନ ରେ ପୋଲିସ DVF ଏବଂ SOGକୁ ବଡ ସଫଳତା ମିଳିଥିବା ସୂଚନା ମିଳିଛି। ଗୁଳି ବିନିମୟରେ ଜଣେ କମାଣ୍ଡର ସ୍ତରୀୟ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମାଓବାଦୀ ବ୍ୟବହାର କରୁଥିବା AK 47 ରାଇଫଳ ମଧ୍ୟ ଉଦ୍ଧାର କରାଯାଇଥିବା ପ୍ରାଥମିକ ସୂଚନା ରହିଛି । ତେବେ ଜଙ୍ଗଲରୁ ଅପରେସନ ଟିମ ନିହତ ମାଓବାଦୀଙ୍କ ଶବ ନେଇ ଏଯାଏଁ ଫେରିନଥିବା ବେଳେ ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ବିଳନୀ କରାଯିବ ବୋଲି ପଦ୍ମପୁର ଏସଡିପିଓ ସୂଚନା ଦେଇଛନ୍ତି ।

Comments are closed.