ରାଜଧାନୀରେ ଟିକାକରଣ : ପ୍ରଥମ ଡୋଜ୍ ନେଇଥିବା ଯୁବବର୍ଗଙ୍କୁ ଅବଧି ମୁତାବକ ଦିଆଯାଉଛି ଦ୍ୱିତୀୟ ଡୋଜ୍

ଭୁବନେଶ୍ୱର- ରାଜଧାନୀରେ ଟିକାକରଣ ନେଇ ବିଏମସି କମିଶନର ସଞ୍ଜୟ ସିଂହ ସୂଚନା ଦେଇଛନ୍ତି ଯେ, ସକାଳେ ପ୍ରଥମ ଡୋଜ୍ ଓ ଅପରାହ୍ନରେ ଦ୍ୱିତୀୟ ଡୋଜ୍ ଟିକାକରଣ କରାଯିବ । ପ୍ରଥମ ଡୋଜ୍ ନେଇଥିବା ୧୮ରୁ ୪୪ ବୟସ ବର୍ଗଙ୍କୁ ଅବଧି ମୁତାବକ ଦ୍ୱିତୀୟ ଡୋଜ୍ ଦିଆଯାଉଛି । ଆସନ୍ତା ସୋମବାର ସୁଦ୍ଧା ଶେଷ ହେବ ଟିକାକରମ ପ୍ରକ୍ରିୟା । ଏହା ପରେ ବଳକା ୧୮ରୁ ୪୪ ବର୍ଗଙ୍କ ପାଇଁ ପ୍ରଥମ ଡୋଜ୍ ଟିକାଦାନ ଆରମ୍ଭ ହେବ । ଉଭୟ ୧୮ରୁ ୪୪ ବର୍ଗ ଓ ୪୫ ବୟସରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଦିଆଯିବ ଟିକା । ଏ ନେଇ ଖୁବ ଶୀଘ୍‌କ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଏମସି କମିଶନର କହିଛନ୍ତି ।

Comments are closed.