ବର୍ଷାଜନିତ ପରିସ୍ଥିତିର ମୁକାବିଲା ପାଇଁ ବିଏମସି ପ୍ରସ୍ତୁତ : କମିଶନର ସଞ୍ଜୟ ସିଂହ

ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ୱରରେ ଏଥର ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ବିଏମସି ପ୍ରସ୍ତୁତ ଥିବା କହିଛନ୍ତି କମିଶନର ସଞ୍ଜୟ ସିଂହ । ସହରର ୨୭ଟି ସମ୍ବେଦନଶୀଳ ସ୍ଥାନକୁ ଫୋକସରେ ରଖାଯାଇଛି । ତଳିଆ ଅଂଚଳରୁ ବର୍ଷାଜଳ ନିଷ୍କାସନ ପାଇଁ ବିଏମସି ତରଫରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ଏଥିପାଇଁ ୨ଟି ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ଅଗ୍ନିଶନ ବିଭାଗ ଓ ବିଏମସି ପକ୍ଷରୁ ପମ୍ପସେଟ୍ ମହଜୁଦ୍ ରହିଛି । ଭୁବନେଶ୍ୱରରେ ୧୦ଟି ମୁଖ୍ୟ ଡ୍ରେନର କାମ ସରିଛି । ୩ଟି ଲିଙ୍କ୍ ଡ୍ରେନ ମଧ୍ୟରୁ ୨ଟିର କାମ ସରିଛି । ଆଉ ଗୋଟିର କାମ ଏହି ମାସ ୧୫ ସୁଦ୍ଧା ସରିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ।

Comments are closed.