କରୋନା ଅପଡେଟ୍‌: ୯୦ ହଜାର ତଳେ ଦୈନିକ ମାମଲା, ମୃତ୍ୟୁ ସଂଖ୍ୟା ପୁଣି ଚାରି ହଜାର ଉପରେ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ କମୁଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୮୪,୩୩୨ ମାମଲା ସାମ୍ନାକୁ ଆସିଛି । ୭୦ ଦିନ ପରେ ଦୈନିକ ସଂକ୍ରମଣ ୯୦ ହଜାର ତଳକୁ ଖସିଛି । ସଂକ୍ରମଣ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ଦିନକରେ ଦେଶରେ ଏହି ମହାମାରୀରେ ଆଉ ୪୦୦୨ ଜଣଙ୍କର ମୃତ୍ୟୁ ହୋଇଛି । ପୁଣି ୧ ଲକ୍ଷ ୨୧ ହଜାର ୩୧୧ ଜଣ ସୁସ୍ଥ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଭାରତରେ ମୋଟ କରୋନା ମାମଲା ୨ କୋଟି ୯୩ ଲକ୍ଷ ୫୯ ହଜାର ୧୫୫କୁ ବୃଦ୍ଧି ପାଇଛି । କରୋନାରୁ ଏଯାବତ୍ ୨ କୋଟି ୭୯ ଲକ୍ଷ ୧୧ ହଜାର ୩୮୪ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ କରୋନା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୬୭ ହଜାର ୮୧ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦ ଲକ୍ଷକୁ ଖସିଛି । ସଦ୍ୟତମ ତଥ୍ୟ ଅନୁଯାୟୀ ଭାରତରେ ଜୁନ୍ ୧୨ ସୁଦ୍ଧା ୧୦ ଲକ୍ଷ ୮୦ ହଜାର ୬୯୦ ଚିକିତ୍ସାଧୀନ ବା ସକ୍ରିୟ ରୋଗୀ ଅଛନ୍ତି । ଭାରତରେ କୋଭିଡ୍‌-୧୯ ବିରୋଧରେ ଟିକାକରଣ ଜାରି ରହିଛି । ଜୁନ୍ ୧୧ ପର୍ଯ୍ୟନ୍ତ ଦେଶରେ ମୋଟ ୨୪ କୋଟି ୯୬ ଲକ୍ଷ ଭାକ୍ସିନ୍ ଦିଆଯାଇଛି ।

Comments are closed.