ପେଟ୍ରୋଲ୍ ପରେ ଡିଜେଲ ବି ୧୦୦ ପାର୍‌

ନୂଆଦିଲ୍ଲୀ: ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଦେଶବ୍ୟାପୀ ବିକ୍ଷୋଭର ଦିନକ ପରେ ପୁଣି ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି । ଆଜି ମଧ୍ୟ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀମାନେ ପେଟ୍ରୋଲ-ଡିଜେଲ ଦର ବଢ଼ାଇଛନ୍ତି । ପେଟ୍ରୋଲ ଲିଟର ପିଛା ୨୭ ପଇସା ଓ ଡିଜେଲ ୨୩ ପଇସା ବଢ଼ିଛି ।
ନୂଆ ଦର ସହ ରାଜଧାନୀ ନଗରୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬.୧୨ ଟଙ୍କା ହୋଇଥିବା ବେଳେ ଡିଜେଲ ୮୬.୯୮ ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷେ ରାଜସ୍ଥାନରେ ପେଟ୍ରୋଲ ପରେ ଏବେ ଡିଜେଲ ବି ସେଞ୍ଚୁରି ମାରିଛି । ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଲିଟର ପିଛା ୧୦୭ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜଲ ଲିଟର ୧୦୦.୦୫ ଟଙ୍କା ହୋଇଛି ।

ରାଜସ୍ଥାନ ବ୍ୟତୀତ ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ପୂର୍ବରୁ ପେଟ୍ରୋଲ ଲିଟର ୧୦୦ ଟପିଛି । ଭାରତର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ମଧ୍ୟ ପଟ୍ରୋଲ ଦର ୧୦୦ରୁ ଊର୍ଦ୍ଧ୍ୱ ରହିଥିବା ବେଳେ ଡିଜେଲ ଶତକର ନିକଟତର ହୋଇଛି ।

Comments are closed.