ନକଲି ଔଷଧ କାରବାରର ତଦନ୍ତ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର- ନକଲି ଔଷଧ କାରବାରର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଔଷଧ ନିଗମ ଓ ପୋଲିସ ମିଳିତ ଭାବେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବେ । ଗତକାଲି କଟକରୁ ନକଲି ଔଷଧ ଜବତ ହୋଇଥିଲା । ଔଷଧ କେଉଁଠୁ ଆସି କେଉଁଠିକୁ ଯାଉଥିଲା, ସେ ଉପରେ ତଦନ୍ତ କରାଯିବ । ରାଜ୍ୟ ସରକାର ପର୍ଯ୍ୟାପ୍ତ ପରିମାଣରେ ଔଷଧ ଯୋଗାଇ ଦେଉଛନ୍ତି । କୌଣସି ରୋଗୀ ଔଷଧରୁ ବଂଚିତ ହେଉନାହାନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।

Comments are closed.