ବିଳମ୍ବରେ ହେଲେ ବି ଏଥର ୟୁଜି/ପିଜି ପରୀକ୍ଷା ହେବ, ଆସନ୍ତା ୧୮ରେ ଚୂଡାନ୍ତ ନିଷ୍ପତ୍ତି

ଭୁବନେଶ୍ୱର- ବିଳମ୍ବରେ ହେଲେ ବି ଚଳିତବର୍ଷ ୟୁଜି/ପିଜି ପରୀକ୍ଷା ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଆଜି କୁଳପତିମାନଙ୍କ ସହ ହୋଇଥିବା ବୈଠକ ପରେ ଏହା କହିଛନ୍ତି ବିଭାଗୀୟ ମନ୍ତ୍ରୀ । କୁଳପତିମାନଙ୍କ ବୈଠକରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । ପାଠପଢା ଗୁରୁତ୍ୱପୂର୍ଣ୍ଣ । ତେଣୁ ପରୀକ୍ଷା ହେବା ଉଚିତ ବୋଲି ମନ୍ତ୍ରୀ କହିଛନ୍ତି । କୁଳପତିମାନେ କିଛି ଦିନ ସମୟ ମାଗିଛନ୍ତି । ୭ ଦିନ ମଧ୍ୟରେ କଲେଜ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି କୁଳପତିମାନେ ଜଣାଇବେ । ଆସନ୍ତା ୧୮ ତାରିଖରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

Comments are closed.