ସଫଳ ଲକଡାଉନ ଯୋଗୁଁ କଟକ ସହରରେ କମୁଛି ସଂକ୍ରମଣ : ସିଏମସି କମିଶନର

କଟକ- କଟକ ସହରରେ କୋରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ପଜିଟିଭିଟ ରେଟ୍‌୍ ମଧ୍ୟ କମିଛି । ସହରବାସୀ ଲକଡାଉନ ନିୟମ ମାନିଥିବାରୁ ଏହା ସମ୍ଭବ ହୋଇପାରିଛି ବୋଲି କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସ କହିଛନ୍ତି । ପ୍ରେସମିଟ କରି ସିଏମସି କମିଶନର କହିଛନ୍ତି ଯେ, ଗତମାସ ୧୫ ତାରିଖରେ ସହରରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗତ ଦୁଇମାସ ସହର ପାଇଁ ବେଶ୍ ଆହ୍ୱାନମୂଳକ ଥିଲା ବୋଲି ସେ କହିଛନ୍ତି ।

ସହରରେ ବିଭିନ୍ନ ହସପିଟାଲରେ ଆବଶ୍ୟକଠାରୁ ଅଧିକ ଅକ୍ସିଜେନ୍ ବେଡ୍ ଖାଲି ଅଛି । ଏସସିବିରେ ୬୦୦ ବେଡ୍ ଖାଲି ରହିଥିବା ସେ ସୂଚନା ଦେଇଛନ୍ତି । ସେଂଟର୍ ଅଫ ଏକ୍ସିଲେନ୍ସରେ ୧୦୦ ବେଡ୍ ଓ ୪୧ ଆଇସିୟୁ ବେଡ୍ ଖାଲି ରହିଛି । ସହରରେ ଏଯାଏ ସାଢେ ତିନି ଲକ୍ଷ ଡୋଜ୍ ଟିକା ଦିଆସରିଥିବା ନେଇ ସେ ସୂଚନା ଦେଇଛନ୍ତି । ୧୮ରୁ ୪୪ ବର୍ଷ ବୟସ୍କଙ୍କ ମଧ୍ୟରେ ଦେଢ ଲକ୍ଷ ଟିକା ଦିଆଯାଇଛି । ଅଫଲାଇନ୍ ଟିକାକରଣ ପାଇଁ କ୍ୟାମ୍ପ କରାଯାଇଥିବା ନେଇ ସିଏମସି କମିଶନର ସୂଚନା ଦେଇଛନ୍ତି । ବୟସ୍କଙ୍କ ପାଇଁ ଘର ଘର ବୁଲି ଟିକାକରଣ କରାଯାଉଛି । ପିକ୍ ଆଣ୍ଡ୍ ଡ୍ରପ୍ ସୁବିଧା କରାଯାଇଥିବା ନେଇ ସିଏମସି କମିଶନର କହିଛନ୍ତି । ପିକ୍ ଆଣ୍ଡ୍ ଡ୍ରପ୍ ସୁବିଧା ଉପଲବ୍ଧ ପାଇଁ ମୋବାଇଲ୍ ନମ୍ବର ହେଉଛି ୯୭୭୭୦୬୭୨୯୭ ।

Comments are closed.